ଚିର ବନ୍ଧୁବର ଯୀଶୁ ହେ ସୁନ୍ଦର
କଳୁଷ ପରାଣେ ରାଜ ଗୋ, ହେ ବିଶ୍ୱ ଗୌରବ
ସ୍ୱରଗ ବିଭବ ସମାଜ ପରାଣେ ସାଜ ଗୋ । ଘୋଷା ।
ପ୍ରଣମି କରୁଗୋ ତୁମଠି ଅଳି,
ଆହେ ପାପହାରୀ ପ୍ରାଣ ସଙ୍ଖାଳି,
ଅଜ୍ଞାନ ପରାଣୁ ପାପର କାଳିମା
ତୁମରି ଆଲୋକେ ମାଜ ଗୋ । ୧ ।
ଏ ଭବ ଅସାର ମାୟା ମମତା ହରି ନେଲାଣି ଗୋ ଜୀବନ ସତ୍ତା,
ଆହେ ଜୀବଧାରି, ଜୀବନ-ମୁରଲୀ
ବଜାଅ ମୃତ ପରାଣେ ଗୋ । ୨ ।