mohaa prabhu, moha-premo bhobe prokaashilo

ମହାପ୍ରଭୁ, ମହାପ୍ରେମ ଭବେ ପ୍ରକାଶିଲ;

ଆସି ବିଶ୍ୱ ପ୍ରେମ ସେବାଧର୍ମ ଜଗତେ ଥାପିଲ । ଘୋଷା ।

ତୁମ ପ୍ରେମ ସୂତ୍ରେ; ଯୀଶୁ ହେ ମୋର ପ୍ରିୟ ଯୀଶୁ,

ତୁମ ପ୍ରେମ ସୂତ୍ରେ ନର ମାତ୍ରେ ସ୍ନେହରେ ଗୁନ୍ଥିଲ । ୧ ।

ଅମା ଅନ୍ଧକାରେ; ଯୀଶୁ ହେ ମୋର ପ୍ରିୟ ଯୀଶୁ,

ଅମା ଅନ୍ଧକାରେ ହୃଦୟରେ ଜ୍ୟୋତି ପ୍ରକାଶିଲ । ୨ ।

ତୁମ ପ୍ରେମ ଗୁଣେ; ଯୀଶୁ ହେ ମୋର ପ୍ରିୟ ଯୀଶୁ,

ତୁମ ପ୍ରେମ ଗୁଣେ ମୃତ ଜନେ ଜୀବନ ବିହିଲ । ୩ ।

ତୁମେ ପ୍ରେମଭରେ; ଯୀଶୁ ହେ ମୋର ପ୍ରିୟ ଯୀଶୁ,

ତୁମେ ପ୍ରେମ ଭରେ କ୍ରୁଶୋପରେ ଅଧମେ ତାରିଲ

ସୂଚୀମାଳାକୁ ଫେରନ୍ତୁ

 

Leave a comment

Your email address will not be published. Required fields are marked *