aasho he gaayibaa milli aanando sangito

ଆସ ହେ ଗାଇବା ମିଳି ଆନନ୍ଦ ସଙ୍ଗୀତ

ଜୟ ଯୁବାମେଷ ରବେ ପୂରାଇ ଜଗତ; ସେହି ନାମ ସୁଧା

ଆନନ୍ଦେ ମାତି ପାଇବା ଯୀଶୁ ନାମ ସୁଧା । ୧ । 

 

ମୁଞ୍ଜରିବ ଶୁଷ୍କତରୁ, ବ୍ରତତୀ ଲୋଟିବ,

ଆନନ୍ଦ-ଉପବନରେ କୁସୁମ ଫୁଟିବ; ସେହି ନାମ ସୁଧା

ଆନନ୍ଦେ ମାତି ପିଇବା ଯୀଶୁ ନାମ ସୁଧା । ୨ । 

 

ଲଭିବ ନବ ଜୀବନ ଏ ମୃତ ଶରୀରେ

ପୁଲକେ ଭାସିବ ଧରା ଆନନ୍ଦ ସଲିଳେ; ସେହି ନାମ ସୁଧା

ଆନନ୍ଦେ ମାତି ପିଇବା ଯୀଶୁ ନାମ ସୁଧା । ୩ ।

Leave a comment

Your email address will not be published. Required fields are marked *