range uthile divya saraga tanu

ରଙ୍ଗେ ଉଠିଲେ, ଦିବ୍ୟ ସରଗ ତନୁ ମୃତ୍ୟୁ ବିଜୟୀ ହୋଇଲେ… ଉଠିଲେ । ୦ ।

ପ୍ରତିଜ୍ଞାତ ମଶୀହ, ଈଶ ମନୁଷ୍ୟ ସେ ଯେ,

ଯୀଶୁ ନାମ ନେଲେ, ମର୍ତ୍ତ୍ୟେ ଅବତରିଲେ,

କ୍ରୁଶେ ପ୍ରାଣ ସେ ଦେଲେ, ମୃତ୍ୟୁ ବଳ ଭାଙ୍ଗିଲେ,

ଶୟତାନ ବଳ ଗର୍ବ ଖର୍ବ କରିଲେ,

ମହାପ୍ରାୟଶ୍ଚିତ୍ତେ ମୁକ୍ତି ମର୍ତ୍ତ୍ୟେ ଆଣିଲେ ସେ । ୧ ।

ଦମ୍ଭେ ଉଠିଲେ, ମାୟା ବିଜୟୀ ବୀର

ପୁନରୁତ୍ଥିତ ହୋଇଲେ … ଉଠିଲେ ସରଗ ସିଂହାସନ, ପିତା ଦିବ୍ୟ ସଙ୍ଗମ,

ତ୍ୟଜିଲେ ମର୍ତ୍ତ୍ୟେ ପୁଣ, ମାତା ଭାତୃଗହଣ, ସେ ଦୀନହୀନ ବେଶେ ସେ,

ଗ୍ରାମଦାଣ୍ଡେ ବୁଲିଲେ, ଦୁଃଖୀ-ରଙ୍କି ମେଳେ,

ମହାଯୋଗୀ ବେଶେ ସେ ମୃତ୍ୟୁ ପରେ ଜୀବନ ମର୍ତ୍ତ୍ୟେ ଆଣିଲେ ସେ   । ୨ ।

ପ୍ରେମେ ଉଠିଲେ, ପ୍ରେମେ ସୁଷମା କାନ୍ତି ସରଗ ମର୍ତ୍ତ୍ୟେ ଲୋଟିଲେ… ଲୋଟିଲେ

ସେ ପ୍ରେମ ରାଜନ, ପ୍ରେମର ଗଣ୍ଠିଧନ ପ୍ରେମେ ନିଜେ ଭୋଗିଲେ, ପାପୀ ପାପ-କଷଣ

ପ୍ରେମେ ସେ ବିହରିଲେ, ପ୍ରେମ ବାଣୀ ଭାଷିଲେ,

ପ୍ରେମେ କ୍ରୋଧାନଳ ଅଙ୍ଗେ ସେ ନିଭାଇଲେ ପ୍ରେମେ ମୃତ୍ୟୁ ଦଳି ପ୍ରେମିକ ବନ୍ଧୁ ହେଲେ ସେ । ୩ ।

ସୂଚୀମାଳାକୁ ଫେରନ୍ତୁ

Leave a comment

Your email address will not be published. Required fields are marked *