prabhu mohincha hai premalape

( ସ୍ୱର : ପ୍ରଭୋ ବସିଛି ହେ ପଦ ତଳେ )

ପ୍ରଭୁ ମୋହିଛ ହେ ପ୍ରେମାଳାପେ ରହିଥିବ ଅବିରତେ ଅଭୟ ପଦ ପାଦପେ

ଯେବେ ନିଜ ଇଚ୍ଛା ବଶେ

ଉଡ଼ି ବୁଲି ଚିନ୍ତାକାଶେ

ଯାଏ ହୁଡ଼ି ପଥ ତୋଳି

ଧର ନ ଠେଲି ସନ୍ତାପେ  । ୧ ।

 

ପୂର୍ଣ୍ଣ କରି ନିଜ ବାଞ୍ଛା

ପଣ୍ଡ କଲେ ତବ ଇଚ୍ଛା ଦୋଷ ଦେବା ତେଣେ ଥାଉ    

କ୍ଷମ ବାରେ ଅନୁକମ୍ପେ ଜାଣେ ଅନୁଭବେ ମୁହିଁ   । ୨ । 

ବାଞ୍ଛା କଳ୍ପତରୁ ତୁହି ଡାକ ଶୁଣି ରକ୍ଷା କରୁ         

ପଡ଼ିଗଲେ ଭବକୂପେ । ୩ ।

 

ଆଶା କରି ମଧୁ ଫଳେ ବସା କରିଅଛି ଡାଳେ 

ଧରି ରଖ ଯେହ୍ନେ ଖସି ନ ପଡ଼େଟି ଭବ ତାପେ  

ସୂଚୀମାଳାକୁ ଫେରନ୍ତୁ

Leave a comment

Your email address will not be published. Required fields are marked *