kari jodo kara kholi hrudo dwaro

କରି ଯୋଡ଼ କର ଖୋଲି ହୃଦ ଦ୍ୱାର ବସିଅଛି ପରା ତୁମରି ଆଶେ,

କାହିଁ ଅଛ ସଖା ? କେବେ ଦେବ ଦେଖା ?

କେବେ ହେବ ଉଭା ହୃଦ ଆବାସେ ? ଘୋଷା

ଆଘାତ କରି ମୋ ହୃଦୟ ଦୁଆରେ ଡାକିଅଛ କେତେ ମୃଦୁ ମଧୁ ସ୍ୱରେ;

ସେ ପ୍ରାଣ ପିପାସା, ସେ ଆଦର ଭାଷା

ନ ପଶିଲା ମୋର ମୁଗ୍ଧ ମାନସେ । ୧ । 

 

ଗୋପନେ ଗୋପନେ ନିଅ ସମାଚାର,

କେତେ ଯେ ଭାବନା ଭାବ ହେ ମୋହର ତବ ପ୍ରେମ ରୀତି ସୁକୋମଳ ଅତି

ପାଇବି କି ଏହା ଆଉ କା ପାଶେ ? । 

 

ଭୁଲିଛି ଯେ ଥରେ ତବ ପ୍ରଲୋଭନେ ବିରତ କି ହେବ ତବ ଅନ୍ୱେଷଣେ ?

ତୁମରି ବିରହ ବାଜେ ଅହରହ ମରମେ ମରମେ ପ୍ରତି ନିମିଷେ । ୩ । 

 

ଖୋଲି ଦେଇଛି ମୁଁ ହୃଦୟ ଦୁଆର ଦେଖା ଦେବ ବୋଲି 

ହେ ରୂପସାଗର ବାହାର ଭିତର କରି ଭରପୂର

ଅପରୂପ ରୂପେ ରାଜ ମୋ ପାଶେ । ୪ ।

ସୂଚୀମାଳାକୁ ଫେରନ୍ତୁ

Leave a comment

Your email address will not be published. Required fields are marked *

One thought on “kari jodo kara kholi hrudo dwaro”