ଦୃଢ଼ କୋଣ-ପାଷାଣ ଉପରେ
ବିଶ୍ବାସ-ଭରସା ମନ୍ଦିର ତୋଳିଛି ମୂଳଦୁଆ ଚିହ୍ନ ଯରେ । ଘୋଷା ।
ସେ ତ ଅନାଦି କାଳର ପଥର, ଯାକୁ ଭାଙ୍ଗି ନ ପାରେ ଜଳାକାର,
ଦୁର୍ବଳ ପତିତ ଗୃହ ମୁଁ ତୋଳିଛି, କାଳେ କାଳେ ଭାଙ୍ଗି ନ ପାରେ |୧|
ଯେଉଁ ପାଷାଣ ସର୍ବଶକ୍ତିମାନ ଆପେ ସିୟୋନରେ କଲେ ସ୍ଥାପନ,
ପାପ-ତାପ-ବଢ଼ି-ନରକ-ଲହ ପରାଜୟ କରି ନ ପାରେ ।୨।
ଚିହ୍ନି ନ ପାରିଣ ଗାଛକଗଣ ଅତି ତୁଚ୍ଛରେ କଲେ ନିବାରଣ,
ପାଷାଣୁ ବାଲିକି କରି ମନୋନୀତ ମଲେ ସର୍ବନାଶ ବଢ଼ିରେ |୩|
ଯଦ୍ୟପି ନରକର ପରାକ୍ରମ ଅବା ଦୂରନ୍ତ ଶତୁ ଶୟତାନ
ଘୋର ଅଗ୍ନିବାଣ କରେ ନିକ୍ଷେପଣ ମୂଳଦୂଆ ହଲି ନ ପାରେ |୪|
ଯୀଶୁ ମୋର ଦୃଢ଼ କୋଣ ପାଷାଣ, ତହିପରେ ମୋ ମନ୍ଦିର ନିର୍ମାଣ,
ପ୍ରଚଣ୍ଡ ପବନ ବହି ଘନ ଘନ ମୋ ଗୃହକୁ ଭାଙ୍ଗି ନ ପାରେ |୫|