ହେ ଶାନ୍ତି ଆଧାର ତବ ଛନ୍ଦା ଚରଣେ ନମୁଁଛୁ ପ୍ରଭୁ ହେ
ଉଭା ହୋଇ ତବ ଦୁଆର (ଘୋଷା)
ହେ ପ୍ରଭୁ ତୁମେ କେଡେ ମହାନ୍
ସରାଗିବାହିନୀ ଯା’ଙ୍କ ଅଧୀନ
ଗଗନ ପବନ ସାଗର ତରଙ୍ଗ,
ଆଦେଶ ମାନେ ଯାହାର… |୧|
ଯୁଗ ଯୁଗ ଧରି ତୁମେ ସମାନ
ମିଳେ ସବୁଠାରେ ତୁମରି ସନ୍ଧାନ
ତୁମରି ଅନାଦି ଅନନ୍ତ ନାମରେ,
ପ୍ରକୃତି ତୋଳେ ଝଙ୍କାର… |୨|
ଧରମ ମିହିର ତୁମେ ଜଗଜ୍ୟୋତି
ବିନାଶିଛି ଯୀଶୁ ତୁମେ ଅମାରାତି
ତୁମରି ଆଲୋକେ ଆଲୋକିତ କର,
ଆମେ ତବ ପରିଚାର … |୩|
🎵 GetChristianLyrics.com shares worship lyrics in Odia, Hindi, Tamil, Telugu & more — helping believers everywhere connect with God through song.
🙏 Support our mission and EMMI – Empowering Migrant Labourers in India.
Lyrics are shared for devotional use only. Copyright belongs to respective owners.