ଅନ୍ଧାର ଦିଅ ଦୂର କରି,
ହେ ମନ ରାଇଜ ଆଲୋକିତ ପଥ ସାଥୀ
ଚିର ଉତ୍କଳ ହେ ବିଶ୍ବକରତା
ତୁମଠାରେ ପ୍ରଭୁ କରିଛୁ ଭରସା
ରଖି ତୁମ ପଦେ ମତି, ଅନ୍ଧାର ଦିଅ ଦୂର କରି … (ଘୋଷା)
ତୁମେ ଦିଅ ମନେ ନିତି ନବଭାବେ ଚାଳନା
ଭରି ପ୍ରତି ପ୍ରାଣେ ନୂତନର ଶୁଭ କାମନା
ଦିଅ ହେ ଆଶିଷ ଏତିକି ଶ୍ରୀପାଦେ ଅଳି,
ଅନ୍ଧାର ଦିଅ ଦୂର କରି … |୧|
ନାହିଁ କିଛି ଆମ, ପାପ ମଳିନ ମରମ
ଅରଚନା ଘେନ, ଦିଅ ଆଜି ଦରଶନ
ତୁମ ସାଥେ ନିତି ଗାଇବୁ ପରାଣ ଭରି
ଅନ୍ଧାର ଦିଅ ଦୂର କରି … |୨|
🎵 GetChristianLyrics.com shares worship lyrics in Odia, Hindi, Tamil, Telugu & more — helping believers everywhere connect with God through song.
🙏 Support our mission and EMMI – Empowering Migrant Labourers in India.
Lyrics are shared for devotional use only. Copyright belongs to respective owners.