କେତେ ଥର ପ୍ରଭୁ ଦେବି କ୍ଷମା
ବାର ବାର ତୁମେ କ୍ଷମା ତ ଦେଇଛି
ତଥାପି କରୁଛି ପାପ ଜମା … (ଘୋଷା)
ଆଉ ମୁଁ ଚାହେଁନା କ୍ଷମା ପାଇବାକୁ
କ୍ଷମା ଲାଗି ଯୋଗ୍ୟ ଭାବୁନି ନିଜକୁ
ଆ…. ଆ…
ନିଜ ଶୋଣିତରେ ଧୋଇଥିଲା ଯାହା
ଦେଖି ସେ ହୃଦୟେ ଭରିଛି କାଳିମା |୧|
ଥରଟିଏ ମୋତେ କ୍ଷମା କରିବାକୁ
ତୁମେ ଚଢିଥାଅ କୁଶେ ମରିବାକୁ ଆ… ଆ ..ଆ..
ଏପରି ପ୍ରେମକୁ ପାଦେ ଠେଲି ଦେଇ
କରିଛି ମୁଁ ଯାହା, ନାହିଁ ତାର ସୀମା |୨|
କ୍ଷମା କର ନାହିଁ କର ହେ ଶାସନ
ଦିଅ ଦଣ୍ଡ ମୋତେ ହେବ ଯା’ ବିଧାନ ଆ… ଆ ଆ
ନ ହେଲେ ଦିଅ ହେ ନୂତନ ହୃଦୟ
ପ୍ରକାଶିବି ତୁମ ଅନୁଗ୍ରହ କ୍ଷମା |୩|
🎵 GetChristianLyrics.com shares worship lyrics in Odia, Hindi, Tamil, Telugu & more — helping believers everywhere connect with God through song.
🙏 Support our mission and EMMI – Empowering Migrant Labourers in India.
Lyrics are shared for devotional use only. Copyright belongs to respective owners.