ମଣିଷ ଜୀବନ ଅଟଇ କେବଳ
ପାଣି ଫୋଟକାର ସାଥି
ଉଡ଼ିଯାଏ ପ୍ରାଣ ଭାସିଯାଏ ସ୍ରୋତ
ଲିଭାଇ ସଂସାର ମୁକ୍ତି… (ଘୋଷା)
ତୁମେ ତ ଗଢିଛ ଦୁନିଆର ପ୍ରଭୁ
ନ ଦେଖି ଦୁଃଖୀର ଦୁଃଖ
ଦେଖି ଦୁଃଖ ଦେଇ ମଉଳି ଯାଉଛି
ନ ବୁଝୁ ଆମ ବିବେକ… |୧|
କେତେ ଯେ ଡ଼ାକଇ ଶୁଣିବନି ପ୍ରଭୁ
କର ମୋତେ ଘାସ ଫୁଲ
ନିର୍ଜନ ବନସ୍ତେ ଫୁଟି ଝଡ଼ିପଡ଼େ
କେହି ନ ବୁଝେ ମୋ ମୂଲ … |୨|
ମନରେ ଦେଉଛି ଶତ ଆଶା ମୋର
ତୋଳିଛି ଆଶା ସଉଧ
ତବ କୃପାବଳେ ଆଗେଇ ଚାଲିବି
ନ ଆସୁ ସର୍ବ ବିଷାଦ… |୩|
ଦୁନିଆଟି, ମୋତେ ଲାଗେ କ୍ଷୁଦ୍ର ପରି
ସୁଖକୁ ଦେଇଛି ଠେଲି
ଶରଣ ନଦେଲେ ମରଣ ଦିଅ ହେ
ଏହା ମୋର ସଦା ଅଳି….I୪|