swarga jayadhoni mahananda maya

ସ୍ଵର୍ଗ ଜୟଧ୍ବନି ମହାନନ୍ଦମୟ ପାପୀଙ୍କ ମନ ଫେରଣରେ,
ଦେଖ ପଥ ମଧେ ପିତା ଦୟାମୟ ନେଉଛନ୍ତି ପ୍ରେମାଲିଙ୍ଗନେ || ୧ ||

ଗୌରବ ଗୌରବ ଧ୍ବନି ସ୍ବର୍ଗରେ
ଗୌରବ ଗୌରବ ବୀଣା ଝଙ୍କାରେ
ମୁକ୍ତି ପ୍ରାପ୍ତ ସାଧୁ ଓ ଦୂତଗଣ
ମହାନନ୍ଦ କରନ୍ତି ଗାନ (ଘୋଷା)

ସ୍ଵର୍ଗ ଜୟ ଧ୍ବନି ଆନନ୍ଦ ମନେ, ବିପଥଗାମୀଙ୍କ ମିଳନେ
ଗୋଟିଏ ପ୍ରାଣୀ ଜୀବନ ପାଇଲେ, ନୂତନ ଜନମ ଗ୍ରହଣେ || ୨ ||

ସ୍ଵର୍ଗ ଜୟ ଧ୍ବନି କି ଆୟୋଜନ, ବିଜୟ ଗୀତି ଓ କୀର୍ତ୍ତନ
ମହାମୂଲ୍ୟ ପ୍ରାଣ ଜିଇଁଲା ଆହା, ଆଜି ଆସ କହିବା ତାହା || ୩ ||

ସୂଚୀମାଳାକୁ ଫେରନ୍ତୁ

Leave a comment

Your email address will not be published. Required fields are marked *