tumari prema anupama

ତୁମରି ପ୍ରେମ ଅନୁପମ, ତୁମେ ଧନ୍ୟ ଧନ୍ୟ ହେ
କେ ଅଛି ମୋହରି ତୁମରି ସମ |ଘୋଷା|

ତୁମେ ଗୋ ମୋହରି ପ୍ରିୟତମ, ପରମ ସୁହୃଦ ପ୍ରାଣ ସମ
ତୁମରି ପ୍ରଣୟ ରମଣୀୟ… |୧|

ଯେଣେ ଫେରାଇଲେ ଆଖି ମୋହର
ଦେଖଇ ତୁମରି ପ୍ରେମ ଅପାର
ତୁମରି ସଲିଳ ତୁମ ଅନିଳ… |୨|

ଜନକ ଜନନୀ ତୁମରି ଦାନ
ପ୍ରାଣ ପ୍ରିୟତମ ବନ୍ଧୁ ପରିଜନ
ତୁମରି ପ୍ରସାଦେ ପାଇଛି ସବୁ… |୩ଇ

ତୁମରି ଅପାର ସେନେହ ଡୋରେ
ଚିର ସ୍ଥିରେ ନାଥ ବାନ୍ଧିଛି ମୋରେ
ଜୀବନେ ମରଣେ ମୁହଁ ତୁମରି… I୪I

ସୂଚୀମାଳାକୁ ଫେରନ୍ତୁ

Leave a comment

Your email address will not be published. Required fields are marked *