jishunka name gao sarba

ଯୀଶୁଙ୍କ ନାମେ ଗାଅ ସର୍ବେ ହାଲିଲୁୟା ହୋଶାନ୍ତା
ହୋଶାନ୍ତା ହାଲିଲୁୟା ( ୨ ଥର)… (ଘୋଷା)

ତାଙ୍କ ରକ୍ତ କ୍ରିତ ଆହେ ସାଧୁଭକ୍ତ
ଗାଅ ହେ ନୂତନ ଗୀତ
ଯୀଶୁଙ୍କ ଜୟ ଗୀତ ଆତ୍ମାରେ ହୋଇ ମତ… |୧|

ପରିତ୍ରାଣ ପ୍ରାପ୍ତ ଯେତେ ପାପୁ ମୁକ୍ତ
ଗାଅ ହେ ସ୍ବର୍ଗୀୟ ଗୀତ
ଯୀଶୁଙ୍କ ପ୍ରେମ ଗୀତ ପ୍ରଭୁଙ୍କ ପ୍ରଭୁ ସେତ… |୨|

ଚବିଶ ପ୍ରାଚୀନ ଚାରି ପ୍ରାଣୀ ସହ
ଗାଇବା ପ୍ରଶଂସା ଗୀତ
ଆମେ ଯେତେ ଆହୁତ ହୋଇଛୁ ମନୋନୀତ… |୩|

କେଡ଼େ ପ୍ରେମ କଲେ କେଡ଼େ ଦୟା କଲେ
ଅନନ୍ତ ଜୀବନ ଦେଲେ
ଆପଣା ପ୍ରାଣ ଦେଲେ କୁଶରେ ବଳି ହେଲେ… |୪|

ସୂଚୀମାଳାକୁ ଫେରନ୍ତୁ

Leave a comment

Your email address will not be published. Required fields are marked *