aha ki asimo premo tankara

ଆହା କି ଅସୀମ ପ୍ରେମ ତାଙ୍କର
ରାଜା ଯୀଶୁଙ୍କର ପ୍ରଶଂସା କରି ନିରନ୍ତର
ହୃଦୟ ଢ଼ାଳି ଭକତି ଦୀପାଳି
ସରବେ ଗାଅ ନିରନ୍ତର … (ଘୋଷା)

ଆସିବେ ସେ ମେଘ ରଥରେ
ଦୂତ ସାଧୁ କିରୂବ ସଙ୍ଗରେ
ଯେତେ ଭକ୍ତ ଥିବେ ଏ ଧରାରେ
ସର୍ବେ ଯିବେ ସରଗପୁରେ
ହାଲେଲୁୟା ଜୟ ପ୍ରଶଂସାର ଗୀତ
ଶୁଭୁଥୁବ ସବୁରି କଣ୍ଠରେ … |୧|

ଗଢିବ ସେ ନୂତନ ଦେଶ
ନାମ ହେବ ସିୟାନ ଦେଶ
ନ ରହିବ ଦୁଃଖ କି କ୍ଳେଶ
ଭରିଦେବେ ଶାନ୍ତି ଅଶେଷ
ଆମେ ହେଲେ ପ୍ରଜା
ଯୀଶୁ ହେବେ ରାଜା
ସେ ନୂତନ ଶାନ୍ତି ରାଜନ … |୨|

ସୂଚୀମାଳାକୁ ଫେରନ୍ତୁ

Leave a comment

Your email address will not be published. Required fields are marked *

2 thoughts on “aha ki asimo premo tankara”