ହେ ପ୍ରିୟ ଯୀଶୁ ମୋର
ମୋ ହୃଦ ମନ୍ଦିରେ ଆସ
ତୁମ ପାଇଁ ମୁହଁ ଖୋଲିଛି ହେ ଦ୍ଵାର
ସଦୟେ ହେ ପ୍ରଭୁ ଆସ.. ଆସ.. ଆସ.. (ଘୋଷା)
ଖୋଜୁଛି ମୁଁ ତୁମ୍ଭଙ୍କୁ କେତେ
ଏ ପାପ ମାୟା ସଂସାରେ
କାନ୍ଦୁଛି ମୋ ଅନ୍ତର ଆତ୍ମା
ପଡ଼ି ଏ ପାପ ଜାଲରେ
ତୁମେ ଆଶାର ପ୍ରଦୀପ ଶିଖା
ପ୍ରଭୁ ଜ୍ବଳାଅ ମୋ ଅନ୍ତରେ .. |୧|
ବତାସ ଝଡ ବହୁଛି ପ୍ରଭୁ
ଜୀବନର ପ୍ରତି କୋଣେ
ଦୁଃଖ ବତାସ ଘେରୁଛି ପ୍ରଭୁ
ଜୀବନର ପ୍ରତି କ୍ଷଣେ
ତୁମେ ମୁକ୍ତିର ପ୍ରଦୀପ ଶିଖା
ପ୍ରଭୁ ଜ୍ବଳାଅ ମୋ ଅନ୍ତରେ … |୨|
ଅନାୟତ ଏ ସ୍ଵପ୍ନ ଜୀବନ
ଚାହୁଁଛି ତବ ମିଳନ
ତବ ପ୍ରେମ ସ୍ରୋତେ ଭସାଇ ଦେଇ
ଦିଅ ମୋତେ ତ ଶରଣା
ତୁମେ ଶାନ୍ତିର ପ୍ରଦୀପ ଶିଖା
ପ୍ରଭୁ ଜ୍ବଳାଅ ମୋ ଅନ୍ତରେ … |୩|
🎵 GetChristianLyrics.com shares worship lyrics in Odia, Hindi, Tamil, Telugu & more — helping believers everywhere connect with God through song.
🙏 Support our mission and EMMI – Empowering Migrant Labourers in India.
Lyrics are shared for devotional use only. Copyright belongs to respective owners.