chandra surjya tara thile ki labha

ଚନ୍ଦ୍ର, ସୂର୍ଯ୍ୟ, ତାରା ଥିଲେ କି ଲାଭ ହେବ ?
ଜଗତରେ ଯେବେ ତାଙ୍କ ଜ୍ୟୋତି ନୋହିବା
ମଣିଷ ଯେପରି ସାରା ଜଗତ ଜିଣେ
ଧନ, ଜନ, ମାନ ପାଇଁ ଆତ୍ମା ହରାଏ
ଜଗତରେ ବଞ୍ଚି ତାର କି ଲାଭ ହେବ ? …(ଘୋଷା)

ସମୟ ଅଛିରେ ଏବେ ବାଟକୁ ଫେର
ଯୀଶୁ ତୋତେ ଡାକୁଛନ୍ତି ଦେଇ ରୁଧିର
ଫେରି ଅନା ଶୁଣି ସେହି କରୁଣା ସ୍ଵର
ସେ ଅଧରୁ ଝରୁଅଛି ଜୀବନ ଝର ! … |୧|

କୁପଥ୍ୟ ଗମି ଯେବେ ତୁ ଲଭିବୁ ଧନ
ବୃଥା ତୋ ଜୀବନ ଏହି ମଣିଷ ପଣ
ମଣିଷ ପଣରେ ତୋର ଏତେ ଗରିବ
ଲୁଚି ଯାଆନାରେ ତୋତେ ଦେଖେ ଦଇବ … |୨|

ସୂଚୀମାଳାକୁ ଫେରନ୍ତୁ

Leave a comment

Your email address will not be published. Required fields are marked *