mana hejire prabhu krupa

ମନ, ହେଜିରେ ପ୍ରଭୁ କୃପା ସଦା ଭାବ,
କରି ଧନ୍ୟବାଦ ହୋଇ ଆହ୍ଲାଦିତ
ନିରବ ତାଙ୍କୁ ସେବା … (ଘୋଷା)

ସେ ତୋହର ପାପ କରନ୍ତି ମାର୍ଜନା,
ନାଶନ୍ତି ତୋ ରୋଗ ନାନା
ଘୋର ବିପଦରୁ ବଂଚାଇଣ ପ୍ରାଣ
ନ କରନ୍ତି ଦୟା ଉଣା … |୧|

ଉତ୍ତମ ବସ୍ତୁରେ ସଦା ତୃପ୍ତ କରି
ଦିଅନ୍ତି ମଙ୍ଗଳଦାନ
ଉକ୍ରୋଶ ପକ୍ଷୀର ପରାଏ କରି
ଦିଅନ୍ତି ନୂଆ ଯୌବନ … |୨|

ଅତ୍ୟନ୍ତ ଦୟାଳୁ, କ୍ରୋଧରେ ସେ ଧୀର,
ନ କରନ୍ତି ସଦା କ୍ରୋଧ,
ପାପର ପ୍ରମାଣେ ନ ଦିଅନ୍ତି ଦଣ୍ଡ,
ଅଟନ୍ତି ପର୍ବତ ଗଡ଼ … |୩|

ଭକ୍ତ ଜନ ପ୍ରତି ତାହାଙ୍କ କରୁଣା
ସବିଦା ଥାଏ ସମାନ,
ପିତୃ ଭାବ ବହି କଟାକ୍ଷ ପକାଇ
କରୁଥାନ୍ତି ସ୍ନେହ ପ୍ରେମ … |୪|

କହଇ ଅଧମ, ଆରେ ମନ ମୋର,
ନ ପାଶୋର ତାଙ୍କ କୃପା,
ନାଶିବେ ସଙ୍କଟ, ହୋଇବ ନିକଟ,
ସଦା ଥୁବ ଅନୁକମ୍ପା .. |୫|

ସୂଚୀମାଳାକୁ ଫେରନ୍ତୁ

Leave a comment

Your email address will not be published. Required fields are marked *