au kichi prabhu chahenna jibane

ଆଉ କିଛି ପ୍ରଭୁ ଚାହେଁନା ଜୀବନେ
ତୁମ୍ଭେ ଯଦି ଥାଅ କତିରେ,
ସୁଖ ଦିଅ ଅବା ଦୁଃଖ ଦିଅ ପ୍ରଭୁ
ସମାନ ସବୁ ମୋ କତିରେ … (ଘୋଷା)

ହୁ ପାଇ ଯେବେ ତୁମଠୁ ପଳାଏ
ବୁଲେ ମୁଁ ବାହାର ଅନ୍ଧାରେ,
ଅଙ୍କୁଶ ପ୍ରହାରେ ଟାଣିଆଣ ମୋତେ
ତୁମରି ପ୍ରଣୟ-କାରାରେ … |୧|

ସୁଖ ଆଶା କରି ତୁମକୁ ମୁଁ ଛାଡ଼ି
ବୁଲେ ସିନା ମରୀଚିକାରେ,
ରବି ଶଶୀ ତାରା ଥାଉଁ ଦିଶାହରା
ବୁଲିବୁଲି ମରେ ଅନ୍ଧାରେ … |୨|

ଦୁଃଖ ଦେଇ ଯଦି ତୁମ୍ଭ ଦେଖା ପାଏଁ
ରଖ ପ୍ରଭୁ ମୋତେ ଦୁଃଖରେ,
ଯେଉଁ ସୁଖ ପାଇ ତୁମକୁ ହରାଏ
(ମୋର) ଲୋଡ଼ା ନାହିଁ ସେହି ସୁଖରେ … |୩|

ସୂଚୀମାଳାକୁ ଫେରନ୍ତୁ

🎵 GetChristianLyrics.com shares worship lyrics in Odia, Hindi, Tamil, Telugu & more — helping believers everywhere connect with God through song.

🙏 Support our mission and EMMI – Empowering Migrant Labourers in India.

Donate or Sponsor

Lyrics are shared for devotional use only. Copyright belongs to respective owners.

Leave a comment

Your email address will not be published. Required fields are marked *