କି ବୁଦ୍ଧି କରିବି, କେଉଁଠାକୁ ଯିବି, କାହା ଆଗେ କହିବି,
ଅନ୍ତର ବେଦନା, ମନରେ ଭାବନା,
ହୃଦଫେଡ଼ି କାହା ଆଗେ ଜଣାଇବି ? (ଘୋଷା)
କେ ନେବ ମୋ ଦୁଃଖ,
ଦେବ ମୋତେ ସୁଖ ହୋଇ ପ୍ରସନ୍ନମୁଖ,
ମୋ ଚିନ୍ତାର ଭାର ପାପ ଦୁରାଚାର
ଖଣ୍ଡିବାକୁ କାହା ପାଦେ ମୁଁ ଥୋଇବି ?
ମୋ ମତି ଚଞ୍ଚଳ, ତଡ଼ିତ୍ତି ଚପଳ, ଭ୍ରମୁଥାଏ ତ୍ରିକାଳ,
ମୋର ନାହିଁ ବଳ, ମୁଁ ଅତି ବିକଳ,
କାହାବଳେ ତାକୁ ସୁସ୍ଥିର କରିବି ? …. |୧|
ଜନ୍ମରୁ ପତିତ, ପାପରେ ବିଲିପ୍ତ, କର୍ମରେ କଳଙ୍କିତ,
ଏଥିରୁ ମାଜିତ, ହେବାକୁ ବିମୁକ୍ତ,
କାହା ପୂଣ୍ୟବଳେ ଶରଣ ପଶିବି ?
ଭାବି ମୋ ଦୁର୍ଦ୍ଦଶା, ହୋଇ ନିର୍ଭରସା,
ଖୋଜିଲି ସତ୍ୟ ଆଶ୍ରା,
ପାଇଲି ଯୀଶୁଙ୍କୁ, ପାପୀଙ୍କ ବନ୍ଧୁଙ୍କୁ,
ଜାଣିଲି ମୁଁ ତାଙ୍କ ମରଣେ ବଞ୍ଚିବି …. |୨|
ହେ ଯୀଶୁ ଈଶ୍ଵର, ଦୟାର ସାଗର,
କେଡ଼େ ପ୍ରେମ ତୁମ୍ଭର ।
ମୋ ପାପ କାରଣ ଦେଲ ନିଜ ପ୍ରାଣ,
ଏ ଅଭୁତ ପ୍ରେମ ହୁଁ ମୁଁ ପାଇବି ?
ମୋର ଦେହ ପ୍ରାଣ, ବୁଦ୍ଧି ଆପ୍ ମନ, କଲି ପାଦେ ଅର୍ପଣ,
ତୁମ୍ଭ ପୁଣ୍ୟବଳେ ନଷ୍ଟ ନୋହି କେବେ,
ଶେଷ ମହାଦିନେ ଗୌରବେ ଉଠିବି … |୩|