premo sundoro premo parabaro

ପ୍ରେମ, ସୁନ୍ଦର, ପ୍ରେମ ପାରାବାର,

ଆସ ପ୍ରେମରୂପେ ବେନି ପ୍ରାଣେ;

ଅବତରି ବେନି ପ୍ରାଣ-ମନ୍ଦିରେ

ଛନ୍ଦି ଦିଅ ପ୍ରେମ ବନ୍ଧନେ         । ଘୋଷା ।

ଯୁଗଳ ପ୍ରାଣେ   ନବୀନ ତାନେ   ପ୍ରେମ ବିଧାନେ ଯେତେ ମାଧୁରୀ

ଉଠେ ପୁଲକେ ଆଶା-ସୁଖେ ଘେନ ପ୍ରଭୁ ତବ ଶ୍ରୀଚରଣେ        । ୧ ।

ପ୍ରେମ-ନନ୍ଦନେ   ପ୍ରେମ ବନ୍ଧନେ   ହସ-କ୍ରନ୍ଦନେ ରଖ ଚରଣେ,

ଏକଇ ସ୍ରୋତେ ଐକ୍ୟ-ବ୍ରତେ

ଚଳାଅ ଅମୀୟ ବରଦାନେ     

ନିତ୍ୟ ମହତ୍ତ୍ୱେ   ବିପଦ ସତ୍ତ୍ୱେ   ମଙ୍ଗଳ ପଥେ ପ୍ରେମ-ଲହରୀ

ନବ ଦମ୍ପତ୍ତି ପ୍ରାଣେ ଉଠି ଅମୃତ ବିତରୁ ଧରା ଧାମେ  । ୩

ସୂଚୀମାଳାକୁ ଫେରନ୍ତୁ

Leave a comment

Your email address will not be published. Required fields are marked *