na bhulare jisunka abhulaa prema

ନ ଭୁଲରେ ଯୀଶୁଙ୍କ ଅଭୁଲା ପ୍ରେମ ନ ଭୁଲରେ ଯୀଶୁଙ୍କ ଅତୁଳ ପ୍ରେମ
ତୋହରି ପାଇଁ କୃଶରେ ସେହି… ଦେଲେ ଜୀବନ (ଘୋଷା)

ତୋହରି ପାପ ମୁକତି ପାଇଁ ଆସିଲେ ସରଗ ଛାଡ଼ି
ସାଧୁ, ସରାଫ, କିରୁବଙ୍କର ପୂଜା ଆରାଧନା ଏଡ଼ି,
ତୋହରି ପାଇଁ…ରକତ ଦେଇ… ଦେଲେ ଜୀବନ ||୧||

ଶୟତାନର ପାପ ବନ୍ଧନୁ ମୁକୁଳାଇବାର ପାଇଁ
ନରକ ଦୁଃଖ ଯନ୍ତ୍ରଣା ଯେତେ ଯେହ୍ନ ନ ଭୋଗିବୁ ତୁହି
ତୋହରି ପାଇଁ…ଦୁଃଖ ସେ ସହି…ଦେଲେ ଜୀବନ || ୨ ||

ମୁଣ୍ଡରେ ପିନ୍ଧି କଣ୍ଟା ମୁକୁଟ ଖାଇଲେ ଗୁପୁଡ଼ା ମାଡ଼
କୋରଡ଼ା ଛାଟେ ହୋଇଥିଲା ଯେ, ଶରୀର ଯାକ ଶିଆର
ତୋହରି ପାଇଁ… ଯନ୍ତ୍ରଣା ସହି…ଦେଲେ ଜୀବନ ||୩||

ସୂଚୀମାଳାକୁ ଫେରନ୍ତୁ

Leave a comment

Your email address will not be published. Required fields are marked *