jishu rajana hai mo trana pasara

ଯୀଶୁ ରାଜନ ହେ ମୋର ତ୍ରାଣ ପସରା

ପାପୀବନ୍ଧୁ ପାପହରା । ଘୋଷା ।

ପାପୀଙ୍କର ପାଇଁ ଆସିଲେ ମର୍ତ୍ତ୍ୟେ ଓହ୍ଲାଇ

ପାପୀ ପାପ ବହି କ୍ରୁଶେ ହୋଇଲେ ଧରା। 

 

କେଡ଼େ ନିଷ୍ଠୁର ଯିହୁଦୀ ବକ୍ଷସ୍ଥଳେ ବର୍ଚ୍ଛା ଭେଦି

କି କଲବଲରେ ପ୍ରାଣ ନେଲଟି ପରା । ୨ ।

ଆହା ମୋ ଯୀଶୁ ରାଜନ ପାଇଛନ୍ତି କି କଷଣ

ଏହା ଦେଖି ବେନି ଆଖି ସହେ କି ପରା । ୩ । 

 

କଣ୍ଟା ମୁକୁଟ ବନାଇ ଦେଇଛି ମୁଣ୍ଡେ ପିନ୍ଧାଇ 

ରକ୍ତ ଟୋପା ଝାଳ ପରି ବହୁଛି ପରା । ୪ ।

ତାହାଙ୍କର ପ୍ରେମ ବାରି ବହୁଅଛି ସ୍ରୋତ ପରି 

ତୁହି ପାପୀ ଡୁବି ହୁଅ ଶୁକ୍ଳଟି ପରା । ୫ ।

Leave a comment

Your email address will not be published. Required fields are marked *