paribartita jibana madhura subase

ପରିବର୍ତ୍ତିତ ଜୀବନ ମଧୁର ସୁବାସେ ପୂର୍ଣ୍ଣ
ଯୀଶୁଙ୍କୁ ପାଇଅଛି ଯିଏ ଧନ୍ୟ ତାର ଜୀବନ (ଘୋଷା)

ପ୍ରଭୁ ପରେ ବିଶ୍ବାସ ରକ୍ଷା କରେ ପାପୀଙ୍କୁ
ପୁରୁଣା ବିଷୟ ଚାଲିଯାଏ
ହୁଏ ସବୁ ନୂତନ (୪ଥର) || ୧ ||

ଅନୁତାପ ହୃଦୟେ ଲଭେ ସେ ପୁନର୍ଜନ୍ମ
ସୂର୍ଗୀୟ ଧନେ ସେ ଧନବାନ
ଆନନ୍ଦିତ ସେ ଜନ (୪ ଥର) || ୨ ||

ମୁକ୍ତି ପ୍ରାପ୍ତ ଜୀବନ ପବିତ୍ରତା ପଥରେ
କରଇ ସର୍ବଦା ଗମନ
କରେ ଉତ୍ତମ କର୍ମ (୪ ଥର) ||୩||

ମନ ପରିବର୍ତ୍ତନ କରିଛି ଯେଉଁ ଜନ
ସ୍ଵଭାବ ତା’ ଯୀଶୁ ଅଧୀନ
କରଇ ସଂଶୋଧନ (୪ ଥର) ||୪||

ସୂଚୀମାଳାକୁ ଫେରନ୍ତୁ

Leave a comment

Your email address will not be published. Required fields are marked *