ଭଜ ହେ ଯୀଶୁଙ୍କ ନାମ ନିରବଧି
ଦେଇ ସର୍ବ ବଳ ଚିତ୍ତ ଦେହ ପ୍ରାଣାଦି । ଘୋଷା ।
ଭକ୍ତି ଚିତ୍ତେ ଦୃଢ଼ ମତେ ସେବା କର ନିରତେ;
ଯତନେ ସାଧନ କର ସେ ତ୍ରାଣନିଧି
ଧ ର ତାଙ୍କ ଶ୍ରୀ ଚରଣ, ପାଇବ ହେ ଜୀବନ; ା ୧ ।
ସେ ଦେବେ ଘୁଞ୍ଚାଇ ପାପ ସନ୍ତାପ ବ୍ୟାଧି
ନ ପାସୋର ତାଙ୍କୁ ମନ, ନ ଛାଡ଼ କଦାଚନ; ା ୨ ।
ଶେଷେ ସେହି ସ୍ୱର୍ଗେ ଦେବେ ଅନନ୍ତ ନିଧି
ଦୂର କର ଏ ସଂସାର, ସବୁ ମିଥ୍ୟା ଅସାର; ା ୩ ।
ଖ୍ରୀଷ୍ଟ ନାମ ଭଜ ମନ, ସେ ଗୁଣନିଧି ା ୪ ।