aaso jishu khristo naamo bhojibaa

ଆସ ଯୀଶୁଖ୍ରୀଷ୍ଟ ନାମ ଭଜିବା,

ଅନନ୍ତ ଜୀବନ ବହୁମୂଲ୍ୟ ଧନ ପରିତ୍ରାଣ ଜ୍ଞାନ ଲଭିବା । ଘୋଷା । 

 

ସ୍ୱଦେଶୀ ବିଦେଶୀ ଭାଇ ବନ୍ଧୁ ଜ୍ଞାତି, ଆସ ରୁଣ୍ଡ ହୋଇ ଭଜିବା,

ଶୁଭ ସମାଚାରେ ଯାହା ଲେଖାଅଛି ପଢ଼ି ମୁକ୍ତିମାର୍ଗ ପାଇବା         ା ୧ ।

ଧର୍ମ ଆତ୍ମା ମାଗି ମନ ମଧ୍ୟେ ରଖି ପାପ-ତିମିରକୁ ନାଶିବା,

ମୃତ୍ୟୁ ଆଦି ଭୟ ସବୁ କରି ଜୟ ମୃତ୍ୟୁଞ୍ଜୟ ହୋଇ ଉଠିବା 

ନାନା ଯନ୍ତ୍ର ତନ୍ତ୍ର ବୀଣା ବଜାଇଣ ଗାନ କରି ହୃଷ୍ଟେ ନାଚିବା,               ା ୨ ।

ଦେହ ଆତ୍ମା ଦେଇ ସତ୍ୟେ ଭଜୁଥାଇ ତାଙ୍କ ପ୍ରିୟପାତ୍ର ହୋଇବା 

ନାନା ରୋଗବ୍ୟାଧି ଦୁଃଖ ଚିନ୍ତା ଆଦି ଯୀଶୁ ପାଦପଦ୍ମେ ଅର୍ପିବା,   ା ୩ ।

ଯୀଶୁ ଖ୍ରୀଷ୍ଟ ନାମେ ସୁଧାରସ ଅଛି ପାନ କରି ସୁଖେ ଭାସିବା ଭଣେ ମୂଢ଼ମତି,

ମୋର ଏ ମିନତି, ଆସ, ଯୀଶୁ ସେବା କରିବା,     ା ୪ ।

ଦିନୁଁ ଦିନୁଁ ତାଙ୍କ ପ୍ରେମ ଜ୍ଞାନେ ବଢ଼ି ତାଙ୍କ ସଙ୍ଗେ ବାସ କରିବା    ା ୫ ।

Leave a comment

Your email address will not be published. Required fields are marked *