mono probhaato kaale kara prabhu dhanyabado

ମନ, ପ୍ରଭାତ କାଳେ

କର ପ୍ରଭୁ ଧନ୍ୟବାଦ ହୃଷ୍ଟ ଚିତ୍ତରେ । ଘୋଷା ।

ଗତ ଦିନ ରଜନୀରେ କଲେ କୃପା ଦାନ ମୋରେ,

ଆପଦ ଶଙ୍କଟ ମୋର ସେ ଦୂର କଲେ । ୧ ।

ନିଦ୍ରାକାଳେ ମୋ ନିକଟେ ଜଗିଥିଲେ ତାଙ୍କ ଦୂତେ,

ହୋଇଲେ ରକ୍ଷକ ମୋର ଘାର ନିଦ୍ରାରେ । ୨ ।

ଥିଲା ନାନାଦି ଆପଦ ଘେରି ମୋର ଚତୁର୍ଦ୍ଦିଗ,

ସମସ୍ତ ହେଲା ଖଣ୍ଡନ ତାଙ୍କ କୃପାରେ । ୩ ।

ମୁହିଁ ଅତି ସୁନିଦ୍ରାରେ କାଟିଲି ରାତ୍ରି ଶଯ୍ୟାରେ,

ଦେଖିଲି ଆଜି ପ୍ରଭାତ ଏବେ କୁଶଳେ । ୪ ।

ଏବେ କରି ଧନ୍ୟବାଦ            ମାଗ ତାଙ୍କୁ ଆଶୀର୍ବାଦ 

ଯେମନ୍ତ ଆଜି ଦିବସ ଯିବ କୁଶଳେ । ୫

Leave a comment

Your email address will not be published. Required fields are marked *