ପ୍ରଶ୍ନ : ହେ ପିଲାଗଣ !
କରୁଛ ଯୀଶୁଙ୍କୁ କି ପ୍ରେମ ? । ଘୋଷା ।
ଉତ୍ତର : ହଁ, ଯୀଶୁ ବିନା କେହି ସୁନ୍ଦର ନ ଦିଶଇ,
ଶାରୋଣ ଗୋଲାପରୁ ସେ ଅତି ମନୋରମ । ୧ ।
ହଁ, ସେହି ଯୀଶୁ ନାମ କର୍ଣ୍ଣକୁ ମନୋରମ,
ନାହିଁ ନାହିଁ ସେପରି ଅନ୍ୟ ସୁମିଷ୍ଟ ନାମ । ୨ ।
ହଁ, ସେ ପିଲାମାନଙ୍କୁ ନରକୁ ତାରିବାକୁ,
ନିଜ ଜୀବନ ଦେଲେ, ନ କରିବୁଁ କି ପ୍ରେମ ? । ୩ ।
ସେ ଅନନ୍ତ ଜୀବନ, ପାପୀ ପୁଣ୍ୟ ବସନ,
ତାଙ୍କ ବିନା କାଠାକୁ କରିବା ହେ ଗମନ ? । ୪ ।
ଆସ ହେ ପିଲାପିଲି, ହୋଇ ସକଳ ମେଳି,
କରିବା ତାଙ୍କୁ ପ୍ରେମ, ସେହି ପ୍ରେମ ଭାଜନ । ୫ ।
🎵 GetChristianLyrics.com shares worship lyrics in Odia, Hindi, Tamil, Telugu & more — helping believers everywhere connect with God through song.
🙏 Support our mission and EMMI – Empowering Migrant Labourers in India.
Lyrics are shared for devotional use only. Copyright belongs to respective owners.