ଆସ ଆଜି ଏକ ହୋଇବା,
ଜଗଜ୍ୟୋତିଃ-ପତି ପତିତପାବନେ, ଆସ ଆଜି ପୂଜା କରିବା । ଘୋଷା ।
ମାନ ଅଭିମାନ ଭୁଲି ବହନ ଆସ ହେ ସରବେ ପ୍ରୀତି ଭରେ,
ପ୍ରେମ ଫୁଲ ତୋଳି ଭରିଣ ଅଞ୍ଜଳି ନିବେଦିବା
ପ୍ରେମମୟଙ୍କର ସୁନ୍ଦର ଶରୀରେ ପ୍ରେମ-ଫୁଲହାର ଛନ୍ଦିବା । ୧ ।
ସୁଭକତି-ପ୍ରେମ-ଫୁଲ-ଚନ୍ଦନ ଆଣ ପ୍ରତି ହୃଦ-ଚାଙ୍ଗୁଡ଼ିରେ,
ମନର ଆନନ୍ଦେ, ସେ ଯୁଗଳ ପଦେ ସଜାଇବା,
ଶକ୍ତିମୟଙ୍କର ଶକତି କଣିକା, ବର ଆଜି ଯାଚି ଘେନିବା । ୨ ।
ବାଦ ବିସମ୍ବାଦ ଛାଡ଼ି ସୁହୃଦେ ଆସ ହେ, ଆସ ହେ,
ଏକ ଚିତ୍ତେ, ସାରା ଜୀବନର ଅଭାବ ନିକର ଜଣାଇବା,
ଦୟାମୟଙ୍କର ଦୟା-ସିଂହାସନ ଆରତିରେ ଆଜି ଟଳାଇବା । ୩ ।
ଛାଡ଼ି ଏ ସଂସାର ସୁଖ ଅସାର ପାଦ ତଳେ ତାଙ୍କ ପଡ଼ିଥିବା,
ହୃଦୟର କଥା ତାଙ୍କ ଆଗେ ସବୁ ଜଣାଇବା,
🎵 GetChristianLyrics.com shares worship lyrics in Odia, Hindi, Tamil, Telugu & more — helping believers everywhere connect with God through song.
🙏 Support our mission and EMMI – Empowering Migrant Labourers in India.
Lyrics are shared for devotional use only. Copyright belongs to respective owners.