ଧର ପ୍ରଭୁ ଚରଣେ ଶରଣ । ଘୋଷା ।
ମନରେ ବିବେଚି ଦେଖ, ସେ ତୋର ପ୍ରତିପାଳକ,
ଅଭାବ ନୋହିବ କେବେ ତାଙ୍କ ଅନୁଗ୍ରହ ଦାନ । ୧ ।
ସେ କୋମଳ ତୃଣ ସ୍ଥାନେ କରାନ୍ତି ତୋରେ ଶୟନ
ସ୍ଥିର ଜଳ ନିକଟରେ କରନ୍ତି ତୋତେ ପାଳନ । ୨ ।
ମୃତ୍ୟୁଚ୍ଛାୟାର ପଦାରେ ତୋହର ଭ୍ରମଣ ହେଲେ,
କୌଣସି ଆପଦେ ମନେ ନୋହିବ ହେ ଶଙ୍କା ଜନ୍ମ । ୩ ।
କାରଣ ସେ ମିତ୍ର ତୋର, ଅଟନ୍ତି ଢାଲ ଆବର,
ଦିଅନ୍ତି ସାନ୍ତ୍ୱନା ମୋତେ ତାଙ୍କର ବାଡ଼ି ପାଞ୍ଚଣ । ୪ ।
ଏ କଥା ନିଶ୍ଚେ ଅଟଳ, ଜୀବନ ଯାଏ ମୋହର
ଅନୁଗ୍ରହ ମଙ୍ଗଳ ମୋ ପଛେ କରିବ ଗମନ । ୫ ।
🎵 GetChristianLyrics.com shares worship lyrics in Odia, Hindi, Tamil, Telugu & more — helping believers everywhere connect with God through song.
🙏 Support our mission and EMMI – Empowering Migrant Labourers in India.
Lyrics are shared for devotional use only. Copyright belongs to respective owners.