ମୋ ହୃଦେ ତୁମ୍ଭ ପ୍ରତି ବଢ଼ାଅ ପ୍ରେମ ଭକ୍ତି,
ନାଶ କର ମୋହର ପାପ ତମ । ୧ ।
ତୁମ୍ଭ ସେବାରେ ନିତି ରଖ ହେ ସ୍ଥିର ମତି,
ସଦା କର ହେ ମୋରେ କୃପା ଦାନ । ୨ ।
ତୁମ୍ଭ ଧର୍ମାତ୍ମା ଗୁଣ କର ମୋ ହୃଦେ ଦାନ,
ସଦା ରଖ ହେ ହୃଦେ ତୁମ୍ଭ ପ୍ରେମ । ୩ ।
ଶୟତାନର ନାନା ପରୀକ୍ଷା କୁକଳ୍ପନା
ତୁମ୍ଭ ବଳରେ କର ହେ ଦମନ । ୪ ।
ତୁମ୍ଭ କୃପାରେ ନିତି ଦିଅ ହେ ପ୍ରାଣେ ତୃପ୍ତି,
ନୋହୁ ଅଭାବ ମୋରେ କୃପା ଦାନ । ୫ ।
ପ୍ରଭୁ ହେ, ଏହି ମତ ମୋ ଜୀବନ ପର୍ଯ୍ୟନ୍ତ
ପୂର୍ଣ୍ଣ କର ହେ ମନ ବାଞ୍ଛନ । ୬ ।
ମୋତେ ଜୀବନ ଶେଷେ ନିଅ ତୁମ୍ଭ ନିବାସେ,
ସମର୍ପି ତୁମ୍ଭ ପାଦେ ଦେହ ପ୍ରାଣ । ୭ ।
🎵 GetChristianLyrics.com shares worship lyrics in Odia, Hindi, Tamil, Telugu & more — helping believers everywhere connect with God through song.
🙏 Support our mission and EMMI – Empowering Migrant Labourers in India.
Lyrics are shared for devotional use only. Copyright belongs to respective owners.
2 thoughts on “ଆହେ ପ୍ରଭୁ, ଶୁଣ ମୋ ନିବେଦନ aahe prabhu suno mo nibedono”
Mama mu ronit kahuthili besi gita add karina
process ra achi Ronit..:)