daakonti ke modhuro swore

ଡାକନ୍ତି କେ ମଧୁର ସ୍ୱରେ (ଆଜି ମୋତେ)

( ଆହା) ମୋର ହୃଦ ଦୁଆରେ । ଘୋଷା ।

ଚିନ୍ତା ପଥେ ବାଧା ଦେଇ         ଗତି ରୋଧି ଧମକାଇ 

କେତେ ହିତ କଥା କହି ଦୟା ଚିତ୍ତରେ । ୧ ।

ସେ ଯେ ଶାନ୍ତି ଦେବା ପାଇଁ      ଡାକୁଛନ୍ତି ରହି ରହି

ପାପ ତାପ ନେବେ ବୋଲି ନିଜ ହାତରେ । ୨ ।

ଦେଖି ମୋତେ ଭାରାକ୍ରାନ୍ତ       କରନ୍ତି ପ୍ରେମ ସଙ୍କେତ

କଢ଼ାଇ ନେବାକୁ ପଥ ମୃଦୁ ଭାବରେ । ୩ ।

ସେ କରୁଣ ସ୍ୱର ଶୁଣି            କିପରି ମାତିବି ପୁଣି

ଛଳ-ମରୀଚିକାମୟ ମରୁ ସଂସାରେ । ୪ ।

ପ୍ରାଣ ମନ ଦେଇ ଆଜି ମୋ ଯୀଶୁଙ୍କ ପଦେ ମଜ୍ଜି 

ଭାସି ଯିବି ସମତାନେ ସ୍ୱର ଲହରେ । ୫ ।

Leave a comment

Your email address will not be published. Required fields are marked *