କଣ୍ଟା ମୁକୁଟିଆ ମୋର ହୃଦୟ ରତନ ହେ
ନିତି ତାଙ୍କ ପ୍ରେମକୁ ମୁଁ ଝୁରି ଝୁରି ମରେ ହେ
ପଡ଼ିଥିଲି ପାପ ପକେ ଉଦ୍ଧରିଲ ନିଜ ହସ୍ତେ
କି ଦେଇ ଶୁଝିବି ପ୍ରେମ … ତାଙ୍କରି ସେ ଧନ ହେ
ଆସରେ ସରବେ ଭାଇ, ଯିବା କୁଶକୁ ତ ଧାଇଁ
ଥୋଇ ଦେବା ପାପ ଭାର … ଦେବେ ପରିତ୍ରାଣ ହେ
ବାଲିଘର ଏ ସଂସାର, ହୋଇଯିବ ଦିନେ ଶେଷ
ଭାସିଯିବା ସାଗରରେ … କରି ପ୍ରଭୁ ଉଦ୍ଧାର