ଆସ ସର୍ବପାପୀ ସତ୍ୱରେ ସୁସମାଚାର-ଭୋଜରେ,
ନିମନ୍ତ୍ରଣ ପତ୍ର ହୋଇଛି ଆଗତ, ପାଠ କରି ଦେଖ ହସ୍ତରେ । ଘୋଷା ।
ନ କର ବାହାନା ବିଳମ୍ବ ଆର, ଡାକୁଛନ୍ତି ତୁମ୍ଭ ପିତା ଈଶ୍ୱର,
ଧ ରି ଦେଖ ମନ ଆସ ହେ ବହନ, ନ ରୁହ ଜଣେ ପାଶ୍ଚାତରେ । ୧ ।
ଆସ ହେ ବିପଥେ ଭ୍ରମଣକାରୀ, ଡାକୁଛନ୍ତି ଯୀଶୁ ହସ୍ତ ବିସ୍ତାରି,
ନୋହିବ ଅଭାବ, ଅଛି ସର୍ବ ଦ୍ରବ୍ୟ ପ୍ରସ୍ତୁତ ହୋଇଣ ଖ୍ରୀଷ୍ଟରେ । ୨ ।
ଆସ ହେ ବହନ ସକଳ ନର, ସହଭାଗୀ ହୁଅ ଏହି ଭୋଜର
କରି ଆସ୍ୱାଦନ ପ୍ରେମରସ ଗୁଣ ପରିତୃପ୍ତ ହୁଅ ଅନ୍ତରେ । ୩ ।
ଏବେହେଁ ଅଟଇ ଶୁଭ ସମୟ, ନ କର ବିଳମ୍ବ ଆବର ଭୟ,
ଆସ ହେ ପ୍ରତ୍ୟେକ ବୁଭୁକ୍ଷିତ ଲୋକ ଯୀଶୁ ଖ୍ରୀଷ୍ଟଙ୍କ ଉତ୍ସବରେ । ୪ ।
🎵 GetChristianLyrics.com shares worship lyrics in Odia, Hindi, Tamil, Telugu & more — helping believers everywhere connect with God through song.
🙏 Support our mission and EMMI – Empowering Migrant Labourers in India.
Lyrics are shared for devotional use only. Copyright belongs to respective owners.