(ସ୍ୱର : ଯୀଶୁ ନାମେ ଯେ ଭାବ ଅଛି)
ବିବେକଟି ଅନ୍ତରେ ଥାଇ
ନ ମାନୁ ତା’ ମନା କିପାଁ ହେ ଭାଇ ? । ଘୋଷା ।
ଜାଣ ମନ ଏହି ବିବେକ ପ୍ରଭୁ ଆତ୍ମାର ଅଂଶ ଏକ,
ବିବେକ ଆଦେଶ ନ ମାନିଲେ ଦୋଷ, ପ୍ରଭୁଙ୍କୁ ଅବଜ୍ଞା ହୁଅଇ ତହିଁ । ୧ ।
ବିବେକର ରହିବା ସ୍ଥାନ ଅଟେ ନର ଅନ୍ତଃକରଣ,
ଅନ୍ତରୁ ସଦ୍ଜ୍ଞାନ ଲିଭିଗଲେ ଜାଣ ଆଉ ଦୀପ୍ତି ମନେ ରହିବ ନାହିଁ । ୨ ।
ଯା’ ମନେ ବିବେକ ସତର୍କ ଭଲ ମନ୍ଦ ସେ ବିଚାରକ,
ଜିହ୍ୱାକୁ ସମ୍ଭାଳେ, ଧର୍ମପଥେ ଚାଲେ, ତା’ ମୁଖରୁ ମନ୍ଦ ନ ବାହାରଇ । ୩ ।
ଘେନ ବିବେକର ଆଦେଶ, ନ ଭାଙ୍ଗ ତା’ କରି ସାହସ,
ଭାଙ୍ଗିଲେ ଆଦେଶ ହେବ ସର୍ବନାଶ, ବିବେକରେ ଆଉ ଦୟାଟି ନାହିଁ । ୪ ।
ସୁସଙ୍ଗକୁ ଧରହେ ଭାଇ କୁସଙ୍ଗ ଦୂରେ ତେଜି ଦେଇ,
କୁସଙ୍ଗରେ ଯାଇ ମଜ୍ଜିଥିଲେ ତୁହି ଇହ ପରେ ସୁଖ ପାଇବୁ ନାହିଁ । ୫ ।