ଦିଅ ସତ୍ୱର ଜଳ, କର ଦୁର୍ବଳ ପ୍ରାଣ ସବଳ diyo sotworo jala koro durbolo

ଦିଅ ସତ୍ୱର ଜଳ,

କର ଦୁର୍ବଳ ପ୍ରାଣ ସବଳ । ସ୍ଥିର କର ମନ ଚଞ୍ଚଳ । ଘୋଷା ।

ଯୀଶୁ ହେ ନବୀନ ଜଳଧର ତୁମ୍ଭେ, ମୁହିଁ ଚାତକ କାତର,

ତୁମ୍ଭଙ୍କୁ ଡାକୁଛି ଶୁଣ ଆହେ ପ୍ରଭୁ ତ୍ରାଣ-ଜଳ ଦାନ କର । ୧ ।

ପାପରୂପ ଅଗ୍ନି ସଂସାର ବନକୁ ଦହୁଅଛି ନିରନ୍ତର,

କାମ-କ୍ରୋଧ-ଲୋଭ-ମୋହରୂପ ଧୂମଜ୍ଞାନ ହରାଏ ମୋହର । ୨ । 

 

ମୋହର ବିଶ୍ୱାସ-ବତାସ ଉପରେ ଆସ ଯୀଶୁ ଦେଇ ଭାର,

ଘନ ମେଘ ହୋଇ ଶାନ୍ତି ବରଷାଇ ପାପାଗ୍ନି ନିବୃତ୍ତ କର । ୩ ।

ଆହ ଦୟାନିଧି ପ୍ରେମର ବାରିଧି, ତ୍ରାଣ-ନୀର ଦାନ କର,

ସେ ଜଳ କାରଣ ହରିଣୀ ସମାନ ଧକାଏ ପ୍ରାଣ ମୋହର । ୪ ।

ଏହି ଏତେବେଳେ ବିନତି କରୁଛି, ଆଉ ନାହିଁ କହିବାର,

ତୁମ୍ଭେ ସିନା ବଳ ପତିତ ଜନର କେବଳ ଗତି ପାପୀର । ୫ ।

🎵 GetChristianLyrics.com shares worship lyrics in Odia, Hindi, Tamil, Telugu & more — helping believers everywhere connect with God through song.

🙏 Support our mission and EMMI – Empowering Migrant Labourers in India.

Donate or Sponsor

Lyrics are shared for devotional use only. Copyright belongs to respective owners.

Leave a comment

Your email address will not be published. Required fields are marked *