dio susthiro moti kara sthiro

ଦିଅ ସୁସ୍ଥିର ମତି,

କର ସ୍ଥିର ମୋ ଚଞ୍ଚଳ ଗତି,

ଯୀଶୁ, କରିବି ହେ ତୁମ୍ଭ ସ୍ତୁତି । ଘୋଷା । 

 

ଏହି ମନ୍ଦିରକୁ କଲ ମନୋନୀତ କରିବା ପାଇଁ ବସତି,

ଏଣୁ ମୁହିଁ ତହିଁ ଦେଲି ପାଦ ଥୋଇ ସାବଧାନ ହୋଇ ଅତି 

ସଂସାରର ଚିନ୍ତା ଦୂରେ ପରିହରି ଆସିଛି, ତୁମ୍ଭର କତି, ା ୧ ।

ଦେହ ପ୍ରାଣ ଦୁଇ ସମର୍ପିବି ମୁହିଁ ତୁମ୍ଭର ବାକ୍ୟର ପ୍ରତି 

ଆତ୍ମା ଦ୍ୱାରା ସତ୍ୟତାରେ ମୋର ଭକ୍ତିପୂର୍ଣ୍ଣ ହେଉ ତୁମ୍ଭ ପ୍ରତି,    ା ୨ ।

ନିଶ୍ଚଳରେ ଚାହିଁ ପ୍ରେମ-ସୁଧା ପିଇ କରିବି ପିପାସା ଶାନ୍ତି 

ମରିୟମ ପରି ଶ୍ରୀଚରଣେ ବସି କରୁଥିବି ମୁହିଁ ଭକ୍ତି,    ା ୩ ।

ପୁଣି ତାହା ପରି ପାପେ ଖେଦ କରି ଯେମନ୍ତ ଲଭିବି ମୁକ୍ତି        ା ୪ ।

ମୁହିଁ ମୂଢ଼ମତି କରୁଛି ବିନତି, ହେଉ ଦୟା ମୋର ପ୍ରତି,

ଏହି ରୂପେ ଦିନ ଯେହ୍ନେ ବହିଯିବ ପହଞ୍ôଚବି ତୁମ୍ଭ କତି  ା ୫ ।

ସ୍ୱର୍ଗପୁରେ ଯାଇ ସାଧୁ ମେଳେ ରହି ପାଶୋରିବି ମୋ ଦୁର୍ଗତି,

ବହୁକାଳ ବାଞ୍ଛା ସମ୍ପୂର୍ଣ୍ଣ ହେବାରୁ ଗାଇବି ହେ ଗୁଣ କୀର୍ତ୍ତି          ା ୬ ।

ସୂଚୀମାଳାକୁ ଫେରନ୍ତୁ

Leave a comment

Your email address will not be published. Required fields are marked *

One thought on “dio susthiro moti kara sthiro”