ଦୁଃଖହାରୀ ବନ୍ଧୁ ମମ କେହି ନାହିଁ ଯୀଶୁ ବିନେ,
ଦୁଃଖ-ରାତି ସୁଖେ ଭାତି
ଫୁଟି ଉଠେ ଜୀବନେ ା ଘୋଷା ।
ଯେବେରେ ହୃଦୟାକାଶେ ବାଦଲ ଘନାଇ ଆସେ,
କିଏ ଆସି ହସି ହସି ଦୁଃଖ ହରେ ତତ୍କ୍ଷଣେ ା ୧ ।
ଯେବେରେ ମରୁର ବାଆ ପୋଡ଼ି ଜାଳି ଦିଏ
ଆହା ସରସ ସପନ ଯେତେ ରଙ୍ଗ ରଙ୍ଗ ଛବି ନୂଆ
ସେ ମୋର ଯୀଶୁରେ ଭାଇ ମୋହନ ପରଶ ଦେଇ
ବୁକୁ ପରେ ଆଉଜାଇ ଆଶ୍ରା ଦିଏ ଶ୍ରୀଚରଣେ ା ୨ ।