durbhaagyo odhomo paapi dino hino

ଦୁର୍ଭାଗ୍ୟ ଅଧମ ପାପୀ ଦୀନହୀନ ପ୍ରଧାନ ପାପୀର ମଧ୍ୟ ମୁହିଁ,

ପାପରେ କ୍ଷେପଣ କଲି ମୋର ଦିନ ପ୍ରଭୁ ପ୍ରିୟ ନାମ ଭୁଲିଯାଇ । 

 

ପାପେ ବନ୍ଧୁଆନ, ପାଷାଣ ସମ କଠିନ ମନ;

ପାପୀଙ୍କର ବନ୍ଧୁ ଆହେ ଦୀନବନ୍ଧୁ,

କର ମୋତେ ତହିଁରୁ ମୋଚନ । ୧ । 

 

ମୁହିଁ ଅପବିତ୍ର ଅତ୍ୟନ୍ତ ପାପୀଷ୍ଠ,

ପାପରେ ହୋଇଲା ମୋର ଜାତ

ମୋ ଅନ୍ତଃକରଣ ଅଟଇ ସମ୍ପୂର୍ଣ୍ଣରୂପେ ପାପ-ରୋଗେ ରୋଗଗ୍ରସ୍ତ,

ମାଗୁଅଛି ମୁହିଁ, ତୁମ୍ଭ ପବିତ୍ରତା ଜଳ ଦେଇ

କର ମୋତେ ପରିଷ୍କାର ଶୁଦ୍ଧମତେ ପାପ-ରୋଗ ଦାଗ ହରି ନେଇ । ୨ । 

 

ଘୋର ଅନ୍ଧକାର ଅରଣ୍ୟରେ ଭ୍ରମି ହୋଇଅଛି ମୁଁ ବିପଥଗାମୀ,

ମୋର ନାହିଁ ଜ୍ଞାନ, ମୋ ଅନ୍ତଃକରଣ ହୋଇଅଛି ପାପେ ଅନ୍ଧ ପୁଣି,

କର ଦୟା-ଦୃଷ୍ଟି, ପ୍ରସନ୍ନ ହେଉ ମୋ ଜ୍ଞାନ-ଦୃଷ୍ଟି;

ଦୂର କର ମୋର ମନର ଅନ୍ଧାର, ଉଦେ କର ସତ୍ୟଧର୍ମ-ଦୀପ୍ତି । ୩ । 

 

ତୁମ୍ଭ ପବିତ୍ର ପ୍ରତିମୂର୍ତ୍ତି ରହିତ ହେବାରୁ ଅଟେ ଉଲଙ୍ଗବତ,

ଆବର ଅଟେ ମୁଁ ଅପରିବର୍ତ୍ତିତ, ନୂଆ ସ୍ୱଭାବରୁ ବିବର୍ଜିତ,

ତୁମ୍ଭ ବସନରେ, ଆଚ୍ଛାଦନ କର ମୋ ଉପରେ,

ତୁମ୍ଭ ଉତ୍ତମତା ସ୍ୱର୍ଗରୁ ପଠାଇ ନୂଆ ଜନ୍ମ ଦିଅ ଧର୍ମାତ୍ମାରେ । ୪ ।

Leave a comment

Your email address will not be published. Required fields are marked *