ହୃଦୟ ରାଜ ହୃଦେ ବିରାଜ ଆଜ,
ଦେଇ ତବ ପ୍ରେମ-ବାରି ମାଜ ସମାଜ । ଘୋଷା ।
ବିଳାସେ ସାରି ସାରି ଗଲା ସମ୍ପଦ ଶିରି,
ରହିଛି ପ୍ରାଣଟି ଧରି, ତାକୁ ନ ତ୍ୟଜ । ୧ ।
ସ୍ୱାର୍ଥରେ ଭାଇ ଭାଇ ପ୍ରେମେ ଜଳି ଭିଆଇ
ବସିଅଛି ତ ହରାଇ ଶକତି ତେଜଃ । ୨ ।
ଯୀଶୁ ହେ ତୁମ୍ଭ ଗୁଣ ତୁମ୍ଭର ଆତ୍ମା ମନ
ଦିଅ ନିତି, ପ୍ରେମେ ମାତି ସାଜୁ ସେ ସାଜ । ୩ ।
🎵 GetChristianLyrics.com shares worship lyrics in Odia, Hindi, Tamil, Telugu & more — helping believers everywhere connect with God through song.
🙏 Support our mission and EMMI – Empowering Migrant Labourers in India.
Lyrics are shared for devotional use only. Copyright belongs to respective owners.