jishunka kara mukuto bhushana

ଯୀଶୁଙ୍କ କର ମୁକୁଟ ଭୂଷଣ । ଘୋଷା ।

ଜୟ ହେଉ ତାଙ୍କ ନାମର ବଳ,

ଭୂମିଷ୍ଠ ହେଉନ୍ତୁ ଦୂତ ସକଳ,

ରାଜମୁକୁଟ କରି ଆନୟନ

କର ତାହାଙ୍କୁ ମୁକୁଟ ଭୂଷଣ । ୧ ।

ଧ ର୍ମ ଲାଗି ହତ ଯେତେକ ଭକ୍ତ,

ବେଦି ତଳୁଁ ଡାକେ ଯାହାଙ୍କ ରକ୍ତ,

ଯିଶିର ଗଣ୍ଡି ଶାଖା ଯା’ଙ୍କ ନାମ କର ତାହାଙ୍କୁ ମୁକୁଟ ଭୂଷଣ । ୨ ।

 

 ହେ ଇସ୍ରାୟେଲ ମନୋନୀତ ବଂଶ,

ଯେ ଅବଶିଷ୍ଟ ଦୁର୍ବଳ କ୍ଷୁଦ୍ରାଂଶ,

କୃପାରେ ଯେ କରନ୍ତି ତୁମ୍ଭ ତ୍ରାଣ,

କର ତାହାଙ୍କୁ ମୁକୁଟ ଭୂଷଣ । ୩ ।

ଆବର ଆହେ ସର୍ବ ପାପୀଗଣ,

ଯାଙ୍କ ପ୍ରେମ ନୁହଇ ବିସ୍ମରଣ,

ତାଙ୍କ ପାଦେ ଥୋଇ ସର୍ବ ସମ୍ଭ୍ରମ

କର ତାହାଙ୍କୁ ମୁକୁଟ ଭୂଷଣ । ୪ । 

 

ହେ ପୃଥ୍ୱୀସ୍ଥ ସକଳ ଭାଷା ଜାତି,

ଗାଅ ତାଙ୍କ ଜୟ ପ୍ରଶଂସା ସ୍ତୁତି,

ରାଜ୍ୟ ଗୌରବ କରିଣ ଅର୍ପଣ

କର ତାହାଙ୍କୁ ମୁକୁଟ ଭୂଷଣ । ୫ ।

ଆହା ! ସେ ପବିତ୍ର ଜନତା ତୁଲେ

ଆମ୍ଭେମାନେ ପଡ଼ି ସେ ପାଦ ତଳେ ଅନନ୍ତ ଗୀତ ଗାୟନ କରିଣ

କରୁଁ ତାହାଙ୍କୁ ମୁକୁଟ ଭୂଷଣ । ୬ ।

ସୂଚୀମାଳାକୁ ଫେରନ୍ତୁ\

Leave a comment

Your email address will not be published. Required fields are marked *