jaauchi dino bohi mono jaanu nahi ki

ଯାଉଛି ଦିନ ବହି ମନ ଜାଣୁ ନାହିଁ କି ? ଘୋଷା । 

 

ହୁଏ ଉଛୁର ପଥ ଅଛି ଅପାର,

ଅଳସରେ ବସି ରହିଅଛୁ କାହିଁକି ? । 

 

ମହୀ ଶ୍ରୀ ପାଇଁ ଲୋକେ ଅଛନ୍ତି ଧାଇଁ,

ନ ଧାଇଁବୁ ସ୍ୱର୍ଗୀୟ ମୁକୁଟ ପାଇଁ କି ? । 

 

କରିଣ ପଣ ନ କଲେ ପ୍ରାଣପଣ,

ମୁକୁଟକୁ ଅନ୍ୟ ହରି ନେବ ନାହିଁ କି ? । 

 

କରୁ ବିଚାର, କାଳ ଅଛି ଅପାର,

ଦେଖ ଧାଇଁ ଆସୁଅଛି କାଳ କତିକି । ୪ । 

 

ଧାଅଁ ବହନ ଧରି ଦଳ ନୂତନ,

ନୁହଁ ସ୍ଥଗିତ ମୁକୁଟ ପ୍ରାପ୍ତି ସରିକି । ୫ ।

Leave a comment

Your email address will not be published. Required fields are marked *