କେତେ ଅନିତ୍ୟ ଅଟଇ ନରପ୍ରାଣ,
କି ବହନେ ଯାଉଛି ହୋଇ ବେଗବାନ । ଘୋଷା ।
କର ମନ ସ୍ଥିର ଦୃଷ୍ଟି ସୁଶୋଭିତ ପୁଷ୍ପ ପ୍ରତି ଦିଶେ କି ସୁରଙ୍ଗ ସୁନ୍ଦର !
ହେଲେ ଦିବାବସାନ ମ୍ଳାନ ହୁଏ ବହନ,
ଶିକ୍ଷା ଦିଏ ନରପ୍ରାଣ ପୁଷ୍ପ ସମାନ । ୧ ।
ଦେଖ ହେ ବସନ୍ତକାଳେ ବିବିଧ ବୃକ୍ଷ ସକଳେ ପଲ୍ଲବେ ଦିଅନ୍ତି ଦର୍ଶନ,
ବହିବାରୁ ପବନ ଝଡ଼ଇ ପତ୍ରମାନ,
ଶିଖାନ୍ତି ଯେ ନର ଦିନ ତାହା ସମାନ । ୨ ।
କର ଦୃଷ୍ଟି ସ୍ରୋତଜଳ ହୋଇଣ ଅତି କଲ୍ଲୋଳ ତରଙ୍ଗ ଉଠେ ଘନ ଘନ,
ହୋଇଣ ବେଗବାନ ବହିଯାଏ ବହନ,
ଶିକ୍ଷାଦିଏ ନର ପ୍ରାଣ ସ୍ରୋତ ସମାନ । ୩ ।
ହୁଅ ମନ ସାବଧାନ ସଫଳ କର ଜୀବନ ସାଧ ହେ ନିଜ ଆତ୍ମା ତ୍ରାଣ,
ହେବ ଦିବାବସାନ ଯିବ ମୃତ୍ୟୁ ଭୁବନ,
ପୁନରୁତ୍ଥାନ ପର୍ଯ୍ୟନ୍ତ ଧୂଳି ଶୟନ । ୪ ।