କିପାଇଁ ଭାବିତ ମୁହିଁ
ପ୍ରତିଜ୍ଞାନୁସାରେ ପ୍ରଭୁଙ୍କ ଉପରେ ଚିନ୍ତା ଭାର ନ ପକାଇ । ଘୋଷା ।
ଏହା ଜାଣଇ ଅନୁଭବେ ମୁହିଁ ଚିନ୍ତା ବିଅର୍ଥ ଅଟଇ,
ଗତ କାଳେ କେତେ ଚିନ୍ତା କରି ନିତ୍ୟେ ଉଶ୍ୱାସ ମୁଁ ପାଇ ନାହିଁ । ୧ ।
ଉପାୟ ନାନା କରୁଅଛି ସିନା ହୋଇ କାତର ମୁହିଁ,
ପ୍ରଭୁ ବିନା କେହି ମୋର ଦୁଃଖ ନେଇ ସୁଖ ନ ପାରଇ ଦେଇ । ୨ ।
ତେବେ କି ପାଇଁ ଚିନ୍ତାଭାର ମୁହିଁ ପ୍ରଭୁ ପରେ ନ ପକାଇ,
ବିଅର୍ଥେ କିପାଇଁ ଚିନ୍ତାନଳେ ମୁହିଁ ନିତ୍ୟ ହେଉଅଛି ଦହି । ୩ ।
ବିନତି ମୋର କର୍ଣ୍ଣେ କି ତାଙ୍କର ପ୍ରବେଶ କରିବ ନାହିଁ ?
ମୋର ଦୁଃଖ ପ୍ରତି ନ ପକାଇ ଦୃଷ୍ଟି ନିର୍ଦ୍ଦୟ ହେବେ କି ସେହି ? । ୪ ।
ଏହା ନୁହଇ, ନିଶ୍ଚେ ମୁଁ ଜାଣଇ ଦୟାଳୁ ଅଟନ୍ତି ସେହି,
ଆଶ୍ରିତ ତାଙ୍କର ନିରାଶ ହେବାର କାହିଁ ଦେଖା ଶୁଣାନାହିଁ । ୫ ।
ଯଦି ଅଟଇ ଦୀନହୀନ ମୁହିଁ ମୋତେ ସେ ଭୂଲନ୍ତି ନାହିଁ,
ନିତ୍ୟ ମୋହ ପାଇଁ ମନଯୋଗ ସେହି କରୁଛନ୍ତି ସ୍ନେହ ବହି । ୬ ।
🎵 GetChristianLyrics.com shares worship lyrics in Odia, Hindi, Tamil, Telugu & more — helping believers everywhere connect with God through song.
🙏 Support our mission and EMMI – Empowering Migrant Labourers in India.
Lyrics are shared for devotional use only. Copyright belongs to respective owners.