ଯୀଶୁ ଅନାଅ ମୋ ପ୍ରତି ପ୍ରସନ୍ନ ଚିତ୍ତରେ । ଘୋଷା ।
ମୁହିଁ ଅଧର୍ମ ପାପୀ ଦୁର୍ଜ୍ଜନ, ପାଷାଣ ସମାନ ମୋର ମନ
ପୁଣି ମୋର କୁଆଚରଣରେ
କଲି ଅସ୍ୱୀକାର ତୁମ୍ଭ ନାମ ବାରମ୍ବାରେ । ୧ ।
ଯେ ଦିନେ ତୁମ୍ଭ କଟାକ୍ଷ ଦୃଷ୍ଟି ପଡ଼ିଥିଲା ହେ ପିତର ପ୍ରତି,
ଆହା ସେ କେଡ଼େ କରୁଣା ଦୃଷ୍ଟି !
ସେହିପରି ଦୃଷ୍ଟି ଯୀଶୁ ପଡୁ ମୋ ଉପରେ । ୨ ।
ପଡ଼ିବା ମାତ୍ରକେ ଯେଉଁ ଦୃଷ୍ଟି ଗଲା ପିତର ହୃଦୟ ଫାଟି,
ତେହ୍ନେ ପକାଅ ମୋ ପରେ ଦୃଷ୍ଟି
ଶିଳା-ଚିତ୍ତ ବିଗଳିତ ହେଉ ସେପରିରେ । ୩ ।
ଯେଉଁ ଦୃଷ୍ଟି ପଡ଼ିବା ମାତ୍ରକ ଉଛୁଳିଲା ପିତର ଲୋତକ,
କଲା ଅତିଶୟ ଖେଦ ଶୋକ,
ମୋର ପାପ ହେତୁ ଖେଦ ହେଉ ସେପରିରେ । ୪ ।
ଯେଉଁ ଦୃଷ୍ଟିରେ ଦୟାସାଗର କ୍ଷମା କଥା ପିତରେ ବୋଇଲ,
ସର୍ବଦୋଷ କ୍ଷମା କର ମୋର,
କର ପରିଷ୍କାର ତୁମ ଅମୂଲ୍ୟ ରୁଧିରେ । ୫ ।