ଦୀନବନ୍ଧୁ କୃପାସିନ୍ଧୁ ଯୀଶୁ ଦୟାରେ ଭୂଷଣ ହେ । ଘୋଷା ।
ମୁହିଁ ପାପୀ ହୀନଜନ, ପତିତ ଦଶାରେ ଗଲା ଦିନ,
ଆତ୍ମାର ଗତିକି କଲି ହେଳନ ହୋଇଣ ଅଜ୍ଞାନ ହେ । ୧ ।
ମୋର ପାପ ବଡ଼ ଭାର, ପର୍ବତଠାରୁ ଅଟଇ ବଡ଼,
ଜଗତେ ଆଉ କେ ଅଛି ମୋହର କରିବ ତାରଣ ହେ । ୨ ।
ଏ ପାପେ ଯେବେ ମରିବି ନିଶ୍ଚୟ ମୁଁ ନରକେ ପଡ଼ିବି,
ଅନନ୍ତ ଯନ୍ତ୍ରଣା ହେବ ମୋହର, କରିବି ରୋଦନ ହେ । ୩ ।
ଆହେ ଯୀଶୁ କ୍ଷମାବାନ, ପାପୀର ନିମନ୍ତେ ଦେଲ ପ୍ରାଣ
ଏଥିପାଇଁ ମୁହିଁ ଆଶା କରିଣ, କରୁଛି ଜଣାଣ ହେ । ୪ ।
ମୋଠାରେ ପ୍ରସନ୍ନ ହୋଇ ତୁମ୍ଭ ବଳିଦାନ ରକ୍ତେ ଧୋଇ
ମନ ଶୁଦ୍ଧ କର, ଆତ୍ମା ଦେଇ ଦିଅ ନୂତନ ଜନ୍ମ ହେ । ୫ ।
🎵 GetChristianLyrics.com shares worship lyrics in Odia, Hindi, Tamil, Telugu & more — helping believers everywhere connect with God through song.
🙏 Support our mission and EMMI – Empowering Migrant Labourers in India.
Lyrics are shared for devotional use only. Copyright belongs to respective owners.