he ishwara tumbho paase kaahaaro hoibo baaso

ହେ ଈଶ୍ୱର, ତୁମ୍ଭ ପାଶେ କାହାର ହୋଇବ ବାସ ?

ତୁମ୍ଭ ଅନୁଗ୍ରହ କେହୁ ପାଇବ ସ୍ୱର୍ଗ ନିବାସ ? ଘୋଷା ।

ଯେ ଜନ ସରଳାଚାରୀ, ସଦା ଧର୍ମକର୍ମକାରୀ,

ଅନ୍ତରେ ସତ୍ୟବାଦୀ ଯେ ହୁଏ ସିଦ୍ଧ ପୁରୁଷ । ୧ ।

କାହାର ନ କରେ ଗ୍ଳାନି ମିତ୍ରର ନ କରେ ହାନି,

ପ୍ରତିବାସୀ ଅପବାଦ ନ କରେ କାହାରି ପାଶ । ୨ ।

କୁଜନକୁ ଅନାଦର, ସାଧୁଜନେ ସମାଦର,

ଧ ର୍ମାଧର୍ମ ଭିନ୍ନ ବୋଧ ଯାର ବିଚାରେ ପ୍ରକାଶ । ୩ ।

ଆପଣା ସ୍ୱୀକୃତ କଥା ନ କରଇ ତଦନ୍ୟଥା,

ପୂର୍ଣ୍ଣ କରେ ସଦାକାଳ ହାନି ହୋଇଲେ ବିଶେଷ । ୪ ।

ସୁଧଲୋଭେ କଦାଚନ           କାହାକୁ ନ ଦିଏ ଋଣ 

ଲାଞ୍ଚ ନେଇ ନିର୍ଦ୍ଦୋଷକୁ ନ ଦିଅଇ କେବେ ଦୋଷ । ୫ ।

ପାପ ଲାଗି ଯେଉଁ ଜନ ଅତି ଖେଦଯୁକ୍ତ ମନ,

ଯୀଶୁ ପ୍ରତି ଭକ୍ତି କରି ହୁଏ ସଦା ତାଙ୍କ ଦାସ । ୬ ।

ଛାଡ଼େ ପାପ ଅଭିଳାଷ କୁସଂସର୍ଗ ପାନ ଦୋଷ,

ଧର୍ମ ଆତ୍ମା ସୁସ୍ୱଭାବ ଯାର ମନ-ଗୃହେ ବାସ । ୭ ।

ପ୍ରାର୍ଥନାରେ ଜାଗି ରହି ଭରସାରେ ସ୍ଥିର ହୋଇ

ଅଗ୍ରସର ବିଶ୍ୱାସରେ, ପ୍ରେମେ ସଦା କରେ ବାସ । ୮ ।

ଏହି ମତ ଆଚରଣ  ଯେ କରେ ଯାବଜ୍ଜୀବନ,

ମୁକ୍ତି ପାଇ ଭବାର୍ଣ୍ଣବୁ ତାର ସଦା ସ୍ୱର୍ଗ ବାସ

ମାଗୁଣି ମୋର ବିଶେଷ ଧର୍ମେ ରଖ ମୋ ମାନସ,

କୃପା କରି ଜଗଦ୍ଦୀଶ ଶେଷେ ନିଅ ସ୍ୱନିବାସ । ୧୦ ।

Leave a comment

Your email address will not be published. Required fields are marked *