ସର୍ବଶକ୍ତିମାନ ପ୍ରଭୁ ଯାର ଉଚ୍ଚ ପାହାଡ଼
ଘେରି ତାର ଚାରିଆଡ଼ ହେବେ ତା ଦୃଢ଼ ବାଡ଼
ଦୁଃଖ କ୍ଳେଶ ସଙ୍କଟ ହେଲେ ତା ସନ୍ନିକଟ ା ଘୋଷା ।
ନ କରିବ ତା ଅନିଷ୍ଟ ନୋହିବ ସେ ଉଜାଡ଼
ଯଦି ତାର ବିରୁଦ୍ଧ କରନ୍ତି ଶତ୍ରୁ ଯୁଦ୍ଧ ା ୧ ।
କରି ଶତ୍ରୁ ପଥ ରୁଦ୍ଧ ହେବେ ସେ ତା ଉହାଡ଼
ହେବାରୁ ସେ ଅଚଳ ଶାନ୍ତି-କୃପା-କଲ୍ଲୋଳ ା ୨ ।
ବହିବ ହୋଇ ପ୍ରବଳ ବ୍ୟାପୀ ତା ଚାରିଆଡ଼
ହୋଇ ଶତ୍ରୁ ସଜ୍ଜିତ ହୋଇଲେ ତା ନିକଟ ା ୩ ।
ନୋହିବ ସେ ଭୟଚିତ୍ତ ଯୀଶୁ ତା ଦୃଢ଼ ଗଡ଼ ା ୪ ।