ଆହା କି ମନୋହର ରାଜ୍ୟ ଆସଇ ଶାନ୍ତି ରାଜାର,
ଜୟ ଜୟ ଶବ୍ଦ ତିନିପୁର । ଘୋଷା ।
ପୃଥ୍ୱୀ ସର୍ବଦେଶୀ କିବା ସର୍ବଭାଷୀ ଦାସ ହୋଇବେ ତାଙ୍କର
ସଦା ସର୍ବକ୍ଷଣ ରାଜତ୍ୱ ଗୌରବ ପରାକ୍ରମ ତାହାଙ୍କର
ସର୍ବ ନରାତ୍ମାରେ ମହାଶାନ୍ତି ହେବ, ହୃଦେ ବାସ ଧର୍ମାତ୍ମାର, । ୧ ।
ଶୂନ୍ୟ ଦେଶେ ମହା ଆନନ୍ଦ;
ବନସ୍ତ ଗୋଲାବ ପ୍ରାୟେ ପ୍ରଫୁଲ ଅନ୍ଧଙ୍କର ଚକ୍ଷୁ
ପ୍ରସନ୍ନ ହୋଇବ କର୍ଣ୍ଣେ ଶୁଣିବେ ବଧିର, । ୨ ।
ହରିଣର ପ୍ରାୟେ ଡିଆଁ ମାରୁଥିବେ ଛୋଟା
ନେଙ୍ଗଡ଼ା ସକଳ ମହାନନ୍ଦେ ସ୍ତୁତି ଗାୟନ
କରିବ ଜିହ୍ୱା ଘୁଙ୍ଗାମାନଙ୍କର, । ୩ ।
ଅନୁର୍ବରା ଭୂମି ଉର୍ବରା ହୋଇବ ମରୁଭୂମିରେ ନିର୍ଝର । ୪ ।
ଯୁବାସିଂହ ହୃଷ୍ଟପୁଷ୍ଟ ପଶୁ ଆଦି ହୋଇବେ ଏକତ୍ର ମେଳ,
ଜନ୍ତୁ ନ ମାରିଣ ଗୋରୁ ପ୍ରାୟେ ନଡ଼ା, ସିଂହ କରିବ ଆହାର । ୫ ।
ତତ୍ତ୍ୱଜ୍ଞାନେ ପୃଥ୍ୱୀ ପରିପୂର୍ଣ୍ଣ ହେବ ଯେସନେ ସମୁଦ୍ରେ ନୀର,
ବିଧର୍ମୀ ନାସ୍ତିକ କେହି ନ ରହିବେ,
ନାହିଁ ହିଂସା ଅହଙ୍କାର ତାହାଙ୍କ ରାଜ୍ୟର ଶେଷ ନ ହୋଇବ,
ବର୍ଦ୍ଧିଷ୍ଣୁ ଅନନ୍ତ କାଳ, । ୬ ।
ପ୍ରଜାଗଣଙ୍କର ଆନନ୍ଦ ଉଲ୍ଲାସ, ଶୋକ ବିଳାପର ଦୂର
ଧନ୍ୟ ଧନ୍ୟ ଧନ୍ୟ ଅଦ୍ୱିତୀୟ କର୍ତ୍ତା, ଧନ୍ୟ ହେ ଯୀଶୁ ଈଶ୍ୱର, । ୭ ।
ସମୁଦାୟ ରାଜ୍ୟେ ତୁମରି ମହିମା ପୂର୍ଣ୍ଣ ହେଉ ହେ ସତ୍ୱର । ୮ ।