gao sorbe atti modhure traatanka namo suswore

ଗାଅ ସର୍ବେ ଅତି ମଧୁରେତ୍ରାତାଙ୍କ ନାମ ସୁସ୍ୱରେ,

ପରିତ୍ରାଣ ନେଇ ଆସିଛନ୍ତି ସେହି, ଯାଚୁଛନ୍ତି ନିଅ ସତ୍ୱରେ । ଘୋଷା ।

ପାପଭାରରେ ଯଦି ଭାରାକ୍ରାନ୍ତ, ଯୀଶୁ ଡାକୁଛନ୍ତି, ଆସ ସମସ୍ତ,

ଭାର କାଢ଼ିନେବା, ଶାନ୍ତି-ଚିତ୍ତ ଦେବା, ସୁଖୀ ହେବ ତୁମ୍ଭେ ଅନ୍ତରେ । ୧ । 

 

କ୍ଷୁଧିତ ତୃଷିତ କି ପରିଶ୍ରାନ୍ତ, ଅବା ନାନା ଦୁଃଖେ ଯଦ୍ୟପି କ୍ଳାନ୍ତ,

ନୋହିଣ ନିରାଶ ଆସ ଯୀଶୁ ପାଶ, ଡାକୁଛନ୍ତି ସେହି ପ୍ରେମରେ । ୨ । 

 

ଦେବା ପାଇଁ ସେହି ସୁସ୍ଥିର ଚିତ୍ତ ସ୍ୱର୍ଗପୁରୁଁ ହୋଇଛନ୍ତି ଆଗତ,

ପାପୀ ପ୍ରାୟଶ୍ଚିତ୍ତ ତାଙ୍କରେ ସାଧିତ, ଆଉ କିପାଁ ଡର ମନରେ । ୩ । 

 

ଆସ ଶୀଘ୍ର ଯିବା ଯୀଶୁଙ୍କ ପାଶ, ବେଗେ ହେବା ତାଙ୍କ ସଙ୍ଗେ ମିଳିତ,

ହେବା ଆନନ୍ଦିତ, ଚିତ୍ତ ହେବ ତୃପ୍ତ, ଗାଇବା ନାମ ପ୍ରଶଂସାରେ

Leave a comment

Your email address will not be published. Required fields are marked *

One thought on “gao sorbe atti modhure traatanka namo suswore”